A BLOG BY A AMMTURE POET

Friday, March 30, 2012

ସ୍ବପ୍ନ (ମୋ ଦ୍ବିତୀୟ ଓଡିଆ କବିତା)


ସ୍ବପ୍ନ

ଯେତେ ବେଳେ ମଣିଷର ଆଖି , ଅନିଶ୍ଚିତତା କୁ ଦେଖେ ତାକୁ କହେ ସ୍ବପ୍ନ
ସ୍ବପ୍ନ ଯେବେ ସତ ହୁଏ,ତାକୁ କହେ ସେ ପାହନ୍ତି ସ୍ବପ୍ନ
କିନ୍ତୁ ସ୍ବପ୍ନ ଯେ କଣ ସତ ରେ ସତ ହୁଏ??? ନା ଖାଲି ସ୍ବପ୍ନ ରେ ରହିଯାଏ!!!!
ମୁଁ  ଖୋଜି ବୁଲେ କିନ୍ତୁ , ମୋ ସ୍ବପ୍ନ ସ୍ବପ୍ନ ରେ ହି ରହି ଯାଏ.....
ବାସ୍ତବତା ରୁ ଅନେକ ଦୂର ରେ, ମରୀଚିକା ର ଖୁବ୍ ନିକଟ ରେ,
ଏପରି ଏକ ପରିସ୍ଥିତି ରେ ଖୋଜେ ମୁଁ, ପରିଚୟ ମୋ ସ୍ବପ୍ନ ର ଅଭିସାରୀକା ର ||
ସ୍ବପ୍ନ ର ନିଶା ଏତେ ପ୍ରବଳ ଯେ, ଚାହିଁଲେ ବି ତାକୁ ଛାଡି ହୁଏନି
ସେ ଖାଲି ଜଳାଏ ଆଉ କହେ, ମୁଁ  ହେଉଛି ସ୍ବପ୍ନ ଏବଂ ବ୍ୟଥା ହି ମୋ ଜୀବନୀ..
ସ୍ବପ୍ନ୍ ଆଉ ମୋ ସମ୍ପର୍କ ଏତେ ନିବିଡ ଯେ, ମୁଁ କହେ ତାକୁ ତୁ ଗୋଟେ ଘାତକ..
ହେଲେ ... ସେ ଖାଲି ହସେ ଓ କହେ ରେ ପାଗଳା, ମୁଁ ଘାତକ ନୁହେଁ ମୁଁ ତ ଗୋଟେ ବଣିକ
ଆଜି ଯାଏ ଦୌଡି ଚାଲିଛି ତ ପଛ ରେ, ଦୌଡି ଚାଲିଛି ଏକ ଦିଗନ୍ତ ର ସନ୍ଧାନ ରେ
କିନ୍ତୁ ସିଏ ଖାଲି କରି ଚାଲିଛି ମୋତେ ନିଶାସକ୍ତ, ଓ ଅଟକାଇ ଦେଇଛି ମୋତେ ଅଧା ରାସ୍ତା ରେ ||
   କିନ୍ତୁ ଛାଡି ତାକୁ ରହି ଯେ ପାରେନ ମୁଁ, ଛାଡିବି ବା କେମିତି ସେ ଯେ ପ୍ରେମିକା ମୋର
କିନ୍ତୁ ସିଏ ତ ଭାବୁନି ଆଉ ହାତ ଠାରି ମୋତେ, ଲୁଚି ଯାଉଛି କାହିଁ କେଉଁ ଅଜାଣା ଅନ୍ଧାର ଗହିରୀରେ..

ସଂବିତ୍ ପ୍ରସାଦ କର୍
୨ ଅପ୍ରେଲ୍ ୨୦୦୯

ଏକ ଅଲୋଡା ମନ ର ଅପୂର୍ଣ୍ଣ ଆଶା ରା ଅବାକ୍ ଆନ୍ଦୋଳନ......

Friday, March 16, 2012

ଶବ୍ଦ (ମୋର ପ୍ରଥମ ଓଡିଆ କବିତା)


ଶବ୍ଦ
ଶବ୍ଦର ସାଗର ରେ ଖୋଜେ ଏମିତି ଏକ ନାଁ
ଯିଏ ଆଣି ଦେବ ମୋତେ ମୋର ସେଇ ପୁରୁଣା ରାହା
ଜାଣିନି ସେ କିଏ , କିବା ତାର ଠିକଣା
ମନେ ଯେ ଅଛି ଖାଲି ଦୁଇଟି ଶବ୍ଦର ସେଇ ନାଁ ||
ଖୋଜିଛି ମୁ ତାକୁ ସ୍ବପ୍ନରେ ଓ ବାସ୍ତବତାର ଗାଁ ରେ
ହେଲେ କିନ୍ତୁ କେଉଁଠି ବି ମିଳିନି ମୋତେ ଦୁଇଟି ଶବ୍ଦର ସେଇ ନାଁ
କେବେ କେବେ ବିଜିନତାର ସନ୍ଧ୍ୟାରେ ମନେ ପଡିଲେ ସେ,
ମନ ମୋର ଖୋଜି ଯାଏ ବାସ୍ତବତା ରୁ ସ୍ବପ୍ନ ଯାଏ ସେଇ ପୁରୁଣା ରାହା ||
ପଥିକ ମୁଁ ଏମିତି ଏକ ପଥ ର,
ଯାହା ର ଲକ୍ଷ୍ୟ କେବଳ ଦୁଇଟି ଶବ୍ଦର ସେଇ ଗୋଟିଏ ନାଁ..
ଲୋକେ କହିଲେଣି ଏଟା ତ ପୁରା ପାଗଳ,
କଣ !!!! ଲକ୍ଷ୍ୟ ତାର ଖାଲି ଦୁଇଟି ଶବ୍ଦର ଗୋଟିଏ ନାଁ ||
ତଥା ବି ମୁ ଥକିନି...
ଆଜି ବି ଖୋଜି ଚାଲିଛି ଶବ୍ଦର ସାଗର ରେ ସେଇ ଗୋଟିଏ ନାଁ !!
ଆଜି ବି ଖୋଜି ଚାଲିଛି ଶବ୍ଦର ସାଗର ରେ ସେଇ ଗୋଟିଏ ନାଁ!!!
                                                                                                                                                                                         ସମ୍ବିତ୍ ପ୍ରସାଦ କର 
                                     ୩/୩/୨୦୦୯

Saturday, March 10, 2012

Main or meri Tanhai job baaten karten hai kuch aisa hi ban jata  hai....