ସ୍ବପ୍ନ
ଯେତେ ବେଳେ ମଣିଷର ଆଖି , ଅନିଶ୍ଚିତତା କୁ ଦେଖେ ତାକୁ କହେ ସ୍ବପ୍ନ
ସ୍ବପ୍ନ ଯେବେ ସତ ହୁଏ,ତାକୁ କହେ ସେ ପାହନ୍ତି ସ୍ବପ୍ନ
କିନ୍ତୁ ସ୍ବପ୍ନ ଯେ କଣ ସତ ରେ ସତ ହୁଏ??? ନା ଖାଲି ସ୍ବପ୍ନ ରେ ରହିଯାଏ!!!!
ମୁଁ ଖୋଜି ବୁଲେ
କିନ୍ତୁ , ମୋ ସ୍ବପ୍ନ ସ୍ବପ୍ନ ରେ ହି ରହି ଯାଏ.....
ବାସ୍ତବତା ରୁ ଅନେକ ଦୂର ରେ, ମରୀଚିକା ର ଖୁବ୍ ନିକଟ ରେ,
ଏପରି ଏକ ପରିସ୍ଥିତି ରେ ଖୋଜେ ମୁଁ, ପରିଚୟ ମୋ ସ୍ବପ୍ନ ର
ଅଭିସାରୀକା ର ||
ସ୍ବପ୍ନ ର ନିଶା ଏତେ ପ୍ରବଳ ଯେ, ଚାହିଁଲେ ବି ତାକୁ ଛାଡି ହୁଏନି
ସେ ଖାଲି ଜଳାଏ ଆଉ କହେ, ମୁଁ ହେଉଛି ସ୍ବପ୍ନ ଏବଂ ବ୍ୟଥା ହି ମୋ ଜୀବନୀ..
ସ୍ବପ୍ନ୍ ଆଉ ମୋ ସମ୍ପର୍କ ଏତେ ନିବିଡ ଯେ, ମୁଁ କହେ ତାକୁ ତୁ ଗୋଟେ ଘାତକ..
ହେଲେ ... ସେ ଖାଲି ହସେ ଓ କହେ ଆରେ ପାଗଳା, ମୁଁ ଘାତକ ନୁହେଁ ମୁଁ ତ ଗୋଟେ ବଣିକ
ଆଜି ଯାଏ ଦୌଡି ଚାଲିଛି ତ ପଛ ରେ, ଦୌଡି ଚାଲିଛି ଏକ ଦିଗନ୍ତ ର ସନ୍ଧାନ ରେ
କିନ୍ତୁ ସିଏ ଖାଲି କରି ଚାଲିଛି ମୋତେ ନିଶାସକ୍ତ, ଓ ଅଟକାଇ ଦେଇଛି ମୋତେ
ଅଧା ରାସ୍ତା ରେ ||
କିନ୍ତୁ ଛାଡି ତାକୁ ରହି ଯେ
ପାରେନ ମୁଁ, ଛାଡିବି ବା କେମିତି ସେ ଯେ ପ୍ରେମିକା ମୋର
କିନ୍ତୁ ସିଏ ତ ଭାବୁନି ଆଉ ହାତ ଠାରି ମୋତେ, ଲୁଚି ଯାଉଛି କାହିଁ କେଉଁ ଅଜାଣା ଅନ୍ଧାର
ଗହିରୀରେ..
ସଂବିତ୍ ପ୍ରସାଦ କର୍
୨ ଅପ୍ରେଲ୍ ୨୦୦୯
ଏକ ଅଲୋଡା ମନ ର ଅପୂର୍ଣ୍ଣ ଆଶା ରା ଅବାକ୍ ଆନ୍ଦୋଳନ......